rnsharma65

It is better not to follow, if like to follow please don't unfollow. Please don't mind at the time of resetting. DOB 19/04/1965

Grid View
List View
Reposts
  • rnsharma65 2d

    ଭକ୍ତି ଅର୍ଘ୍ୟ

    ବିପଦ ଭଞ୍ଜନ ଦୁଃଖ ବିମୋଚନ
    କରୁଣା ସାଗର ସାଇଁ
    ଦଇତ ନାଶନ ସନ୍ଥ ଉଦ୍ଧାରଣ
    କେତେ ଅବତାର ତହିଁ ।।

    ଧଇର୍ଯ୍ୟ ଧାରିଣୀ ଜନନୀ ଧରିତ୍ରୀ
    ଅସହ୍ୟ ବେଦନା ଭାରେ
    ହୋଇ ଅଭାଗିନୀ ଅନାଥିନୀ ପୁତ୍ରୀ
    କ୍ରନ୍ଦନ କରେ ଆତୁରେ ।।

    ଦୁଃଖରେ ତାହାର ହୋଇ ମର୍ମାହତ
    ପ୍ରତିଶୋଧ ପରାୟଣେ
    ଧରି ଅବତାର ପାଳନ୍ତି ଜଗତ
    ମାଆ ଦୁଃଖ ନିବାରଣେ ।।

    ମତ୍ସ୍ୟ କୂର୍ମ ପୁଣି ବରାହ ନୃସିଂହ
    ବାମନ ପରଶୁରାମ
    ରାମ ବଳରାମ ଗୌତମ କଳକୀ
    ଦଶ ଅବତାର ନାମ ।।

    ଏଥିସହ ଆଉ ଅନେକ ଜନମ
    ନେଇଛନ୍ତି ଜଗନ୍ନାଥ
    ଭକତ ବତ୍ସଳ ଛାଡ଼ି ନିଜଧାମ
    ହୁଅ ମୋର ପ୍ରାଣନାଥ ।।
    ️️️️️️️️️️
    ରାମନାରାୟଣ ଶର୍ମା
    ହିନ୍ଦୀ ଶିକ୍ଷକ
    ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାଗଡି‌ଆ, ଚମ୍ପୁଆ, କେନ୍ଦୁଝର।
    ©rnsharma65

  • rnsharma65 3d

    ତ୍ରାହି କର ଦୟାବହୀ


    ପତିତ ପାବନ ନେତ ଉଡୁ‌ଅଛି
    ହୋଇ ଫରଫର ଦେଖ
    କେଉଁ ଭକ୍ତଜନ ଦାଣ୍ଡେ ଆସୁଅଛି
    କହେ ଧୀରେ ଧୀରେ ରଖ ।।

    ଭାବ ବିନୋଦିଆ ସେ ଚକାଆଖିଆ
    ପରଖନ୍ତି ଭକ୍ତ ଭାବ
    ଭାବକୁ ନିକଟ ଅଟଇ କାଳିଆ
    ଅଭାବେ ହୁଅଇ ଦୂର ।।

    ସାଗର ରତନ ଅଭାବରେ ଦେଲେ
    ମଣଇ କାଳିଆ ତୁଚ୍ଛ
    ଧୂଳିକଣା ଟିଏ ଭାବେ ସମର୍ପିଲେ
    ପାଶେ ନେଇ କରେ ଉଚ୍ଚ ।।

    ଭକ୍ତ ମନୋବାଞ୍ଛା କରିବାକୁ ପୂର୍ଣ୍ଣ
    ଭାଇଭଉଣୀ ଙ୍କୁ ଧରି
    ରତ୍ନ ମଣ୍ଡପରେ ହୋଇ ଅବତୀର୍ଣ୍ଣ
    ଶୁଣନ୍ତି ଭକ୍ତ ଗୁହାରି ।।

    କରୁଣା ସାଗର କରିଲେ କରୁଣା
    ଫରଫର ଉଡ଼ି ବାନା
    ଆଶୀଷ ବାରିଧି ବରଷେ ଅଜଣା
    ଅନ୍ୟେ ବାଧା ଦାନା କନା ।।

    ପଦ୍ମପାଦ ତଳେ ଡାକଇ ମୁଁ ଭୋଳେ
    ଦୟାକର ଭାବଗ୍ରାହୀ
    ଭବାର୍ଣ୍ଣବ ଜଳେ ଭାସଇ ଉତ୍ଥଳେ
    ତ୍ରାହି କର ଦୟାବହୀ ।।

    ରାମନାରାୟଣ ଶର୍ମା,
    ଗଦାଧରପୁର, ଘଟଗାଁ, କେନ୍ଦୁଝର
    ©rnsharma65

  • rnsharma65 5d

    ଭାରତ ମାତାର ବୀର ସନ୍ତାନ

    ଭାରତ ମାତାଙ୍କ ଉତ୍ତମ ସନ୍ତାନ
    ସେବା ତୁମର ମହାନ
    ବ୍ୟକ୍ତି ପରିବାର ସ୍ଵାର୍ଥ ପରାୟଣ
    ସିଦ୍ଧ କଲ ବୀର ଗଣ ।।

    ମାତା ପିତା ସ୍ନେହ ଠାରୁ ବହୁ ଦୂର
    ରଖିଲ ନିଜକୁ ବୀର
    ପତ୍ନୀ ପୁତ୍ର କନ୍ୟା କରି ଦେଇ ପର
    ସୀମାନ୍ତେ କରିଲ ଘର ।।

    ମାତୃଭୂମି ହିତେ କରିଲ ସଂଗ୍ରାମ
    ଅରାତି ଜୀବନ ନେଲ
    ଦେଶ ମାତୃକାର ଗୌରବ ସମ୍ମାନ
    ସ୍ଵ ସ୍ବାଭିମାନ ମଣିଲ ।।

    ସ୍ଵଦେଶ ପ୍ରୀତିରେ ହୋଇଣ ପ୍ରେମିକ
    ତା'ର ଯଶ କଲ ଗାନ
    ଜାତୀୟତା ସ୍ରୋତେ ପରିବାର ଏକ
    ମଣିଲ ବୀର ମହାନ ।।

    ନିଜ ସ୍ଵାର୍ଥ ଛାଡ଼ି ଜାତୀୟ ସ୍ଵାର୍ଥ ରେ
    ତନ ମନ ଜାନ୍ ଦେଲ
    ପରାଣ ନଥାଇ ଅମର ପୁତ୍ର ରେ
    ନାମାଙ୍କନ କରିଦେଲ ।।

    ଆଜିର ଦିନରେ କରୁଛି ସମ୍ମାନ
    ସଲାମ୍ ମୋହର ଘେନ
    ଦେଶ ହିତ ଲାଗି କର୍ତ୍ତବ୍ୟ ସାଧନ
    ଜ୍ଞାନ କର ମୋତେ ଦାନ ।।

    ରାମନାରାୟଣ ଶର୍ମା,
    ହିନ୍ଦୀ ଶିକ୍ଷକ,
    ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାଗଡି‌ଆ, ଚମ୍ପୁଆ, କେନ୍ଦୁଝର

  • rnsharma65 1w

    ବିଶ୍ଵ ସ୍ଵାସ୍ଥ୍ୟ ଦିବସ
    ️️️️️️️️️️️

    ଆଜି ପରା ଅଟଇ ବିଶ୍ଵ ସ୍ଵାସ୍ଥ୍ୟ ଦିବସ
    ସୁସ୍ଥ ନିରାମୟ ଜୀବନେ ଦିଏ ସନ୍ଦେଶ ।
    ନିୟମିତ ଶାରୀରିକ ଶ୍ରମ ଅଭ୍ୟାସ,
    କରିବଇଁ ଯଦି ପ୍ରାଣାୟମ ଯୋଗାଭ୍ୟାସ,
    ଆହାର ନିଦ୍ରାରେ ସଂଯତ ରହି ବିଶେଷ,
    ରୋଗମୁକ୍ତ ଜୀବନ ହୋଇବ ଯେ ଅବଶ୍ୟ ।।

    ଆହାର ଅଟଇ ସ୍ଵାସ୍ଥ୍ୟ ର ମୂଳ କାରଣ,
    ସମୟାନୁସାରେ ସୁଖାଦ୍ୟ କର ଗ୍ରହଣ,
    ନିଶାଦ୍ରବ୍ୟ ସେବନ ପରିହାର କରିଣ
    ରାକ୍ଷସ ଭୋଜନ ଯେ ଶୀଘ୍ର କର ବର୍ଜନ,
    ତେବେ ପାଇବା ଆମେ ନିରାମୟ ଜୀବନ
    ମେଡ଼ିସିନ କିଣା ନହେବ ଦୁଃଖ କାରଣ ।।

    ଈର୍ଷ୍ୟା ଦ୍ୱେଷ ଯଦି ହୋଇଯିବ ଶିକାର
    ଅଳ୍ପ ଦିନେ ହୋଇବ ଦୁର୍ବଳ ଶରୀର
    ଚିକିତ୍ସା ରେ ଚିନ୍ତାର ହୁଏନା ପ୍ରତିକାର
    ଲବଣ ସମାନ ଚିନ୍ତା ବିନାଶେ ଶରୀର ।।

    ପରିବେଶ ସୁରକ୍ଷା ସ୍ଵଚ୍ଛତା ଆଣିବାରେ
    କର୍ତ୍ତବ୍ୟ କରୁଥିବା ଆମେ ଆନନ୍ଦରେ
    ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଦିଅଇ ଉପଦେଶ
    ଶୁଦ୍ଧ ପୂତ ତ୍ୟାଗୀବତ ଜୀବନ ବିଶେଷ ।।

    ରାମନାରାୟଣ ଶର୍ମା
    ହିନ୍ଦୀ ଶିକ୍ଷକ,
    ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାଗଡି‌ଆ, ଚମ୍ପୁଆ, କେନ୍ଦୁଝର।
    ©rnsharma65

  • rnsharma65 1w

    କରୋନା

    କରୋନା

    ଆସ ଆସ ମୋର ଭଉଣୀ ଭାଇ
    କରୋନା ସୁରକ୍ଷା ଜାଣିବା ତହିଁ ।
    ରାକ୍ଷସ ଦେଇଛି ଜାଲ ବିଛେଇ
    ଅକଳନ ଜନ ଆକ୍ରାନ୍ତ ତହିଁ ।
    ଆଣି ସତର୍କତା ମୂଷା ଡକାଇ
    ଜାଲକୁ କାଟି ଯେ ଦେବାରେ ତହିଁ ।
    ଜାଲର ସ୍ଵଭାବ ଦେବି ବତାଇ
    ରାଗ ରୋଷ କେହି କରିବ ନାହିଁ ।
    ସାମାଜିକ ଦୂରତା ଯେ ପାଳଇ
    କରୋନାକୁ ସିଏ ଦିଏ ଦୂରେଇ ।
    ମୁହଁରେ ମାସ୍କ ଯେ ପିନ୍ଧିବା ତହିଁ
    ବାୟୁ ସଂକ୍ରମଣେ ପଡ଼ିବା ନାହିଁ ।
    ବଜାରର ପାଣି ପିଇବା ନାହିଁ
    ଶୁଦ୍ଧ ଜଳ କିଣି ପିଇବା ତହିଁ ।
    ସାନିଟାଇଜେସନ ଯେ କରଇ
    କରୋନା ତା ପାଖ କେବେ ନ ଯାଇ ।
    ବୟସ ୪୫ରୁ ଅଧିକ ଯହିଁ
    କରୋନା ଟିକା କୁ ନେବାରେ ତହିଁ ।
    ସାଧାରଣ ସ୍ଥାନେ ରହିବା ନାହିଁ
    ସବୁଠି ଗହଳି ଦେବା କମାଇ ।
    ଅତ୍ୟାବଶ୍ୟକେ ବାହାରକୁ ଯାଇ
    ତୁରନ୍ତ ଘରକୁ ଫେରିବା ତହିଁ ।
    ହାତ ମୁଁହ ଗୋଡ଼ ଭଲରେ ଧୋଇ
    ଘରକୁ ପଶିବା ଭଉଣୀ ଭାଇ ।।

    କବି ରାମନାରାୟଣ ଶର୍ମା,
    ଗଦାଧରପୁର, ଘଟଗାଁ, କେନ୍ଦୁଝର
    ©rnsharma65

  • rnsharma65 1w

    ଚିକିତ୍ସାଳୟ


    ️️️️️️️️️
    ଭଣ୍ଡା ଚିକିତ୍ସାଳୟ

    ️️️️️️️️️


    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ
    ଭଣ୍ଡା ନାମେ ଏକ ଗ୍ରାମ
    କିଛି କାର୍ଯ୍ୟାଳୟ ଚିକିତ୍ସାଳୟରେ
    ଗ୍ରାମ ପଞ୍ଚାୟତ ନାମ ।।
    ବିଦ୍ୟାଳୟ ସହ ବ୍ୟାଙ୍କ ଡାକଘର
    ଦୋକାନ ବଜାର ବହୁ
    ସୂଚନା ଦିଅଇ ମହିମା ଗ୍ରାମର
    ଜନସଂଖ୍ୟା ଯେତେ ହେଉ ।।
    ଚିକିତ୍ସାଳୟ ଯେ ମାନବ ବିଚାରେ
    ଯମାଳୟ ସହ ତୁଲ୍ୟ
    ବହୁ ପୀଡ଼ା କ୍ଳେଶ ଧରି ହୃଦୟରେ
    ଯାଏ ହେବାକୁ ଆରୋଗ୍ୟ ।।
    କିନ୍ତୁ ଭଣ୍ଡାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
    ଅଟଇ ନିଆରା ଭାଇ
    ନୁହେଁ ଯମାଳୟ ଅଟେ ଦେବାଳୟ
    ମାନବ ର ପୂଜା ହୋଇ ।।
    ପ୍ରେମର ମନ୍ଦିର ଅଟେ ସେହି ସ୍ଥଳ
    ନାହଁ ହତାଦର ଭାବ
    ଅନାଥ ସନାଥ ସଭିଙ୍କୁ ଶୟଳ
    ଚିକିତ୍ସା ରେ ସମଭାବ ।।
    ଡାକ୍ତରଙ୍କ ସହ ଯେତେ କର୍ମଚାରୀ
    ଭଲ ବୁଝାମଣା ଭାବ
    ଚବିଶି ଘଣ୍ଟିଆ ସେବା ଦାନ କରି
    ବଢ଼ାନ୍ତି କେତେ ସଦ୍ଭାବ ।।
    ସ୍ଵଚ୍ଛତା ବିଚାରେ ସମ ସ୍ଵର୍ଗ ପୁରୀ
    ବାହାର ଅବା ଭିତର
    ଉଦ୍ୟାନ ତ ସତେ ନନ୍ଦନ କାନନ
    ଅବା ରାଜ୍ୟ ମଳୟର ।।
    ବ୍ରକୋଲି ର ଖେତ କୃଷକକୁ ଭୀତ
    ସ୍ଵାସ୍ଥ୍ୟ କେନ୍ଦ୍ରେ କି ଉଦ୍ୟମ
    ବୁଦ୍ଧଦେବ ଗାନ୍ଧୀ ଭାରତମାତା ତ
    ଘେନନ୍ତି ଏଠି ପ୍ରଣାମ ।।
    ସଜଳ ଧାରାରେ କି ସଉଚାଳୟେ
    ସ୍ଵଚ୍ଛତା ରେ ଥାଏ ଧ୍ୟାନ
    ପ୍ରତୀତ ହୁଅଇ ଅଟେ ଦେବାଳୟ
    ନାହିଁ ଯହିଁ ଭାବ ଭିନ୍ନ ।।
    ଏକ ପରିବାର ଏକଇ ଯେ ଆତ୍ମା
    ମେଡ଼ିକାଲେ ଦେଖ ଭାଇ
    ମାନବର ସେବା ଈଶ୍ୱରର ସେବା
    ପ୍ରମାଣିତ କରିଛଇଁ ।।
    ଡାକ୍ତରଖାନାର ମୁଖ୍ୟ ଅଧିକାରୀ
    ଦୀପକ କୁମାର ସାହୁ
    ଦେବ ଦୂତ ସମ ଧର୍ମ ଅନୁସରି
    ଦିନ ରାତି ସେବା ବହୁ ।।
    ହୃଦୟ ବିଶାଳ କର୍ମଯୋଗୀ ବଳ
    ନୂତନତ୍ବ କଲେ ଦାନ
    ସରକାରୀ ସେବା ସର୍ବୋତ୍ତମ ଫଳ
    ପ୍ରମାଣ କରିଲେ ଜାଣ ।।

    ରାମନାରାୟଣ ଶର୍ମା,
    ହିନ୍ଦୀ ଶିକ୍ଷକ,
    ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାଗଡି‌ଆ, ଚମ୍ପୁଆ, କେନ୍ଦୁଝର
    ©rnsharma65

  • rnsharma65 2w

    ପ୍ରାର୍ଥନା

    ପ୍ରାର୍ଥନା

    କରୁଣା ସାଗର ଦୟା ଅବତାର
    ଆହେ ନୀଳାଚଳ ନାଥ
    ପ୍ରଣତି ମୋହର ଘେନିବ ଠାକୁର
    କରିବ ନାହିଁ ଅନାଥ ।।

    ସର୍ଜନା ତୁମ୍ଭର ଅତୀବ ସୁନ୍ଦର
    ଲେଖି କି ପାରିବ ହାତ
    କୀଟ ତରୁଲତା ନର ପଶୁପକ୍ଷୀ
    ବନ ଗିରି ର ମହତ ।।

    ସରିତା ସାଗର ହରିତ ପ୍ରାନ୍ତର
    ନୀଳ ଅମ୍ଵର ର ଦୃଶ୍ୟ
    ଚନ୍ଦ୍ର ଦିନକର ଅତି ଶୁଭଙ୍କର
    ସୃଷ୍ଟି ଆଧାର ଅବଶ୍ୟ ।।

    ଜଳ ସ୍ଥଳ ନଭେ ସମ୍ପଦ ପ୍ରାଚୁର୍ଯ୍ୟ
    ବିଧାନ କରିଛ ହରି
    କ୍ଷୁଦ୍ର ରୁ ବିଶାଳ ସଭିଙ୍କୁ ଐଶ୍ଵର୍ଯ୍ୟ
    ଦେଇଅଛ ଦଇତ୍ୟାରି ।।

    ସକଳ ସୃଷ୍ଟି ର ଜନମ ଅମର
    ମାନବ ଜୀବନ ଜାଣ
    ପାର୍ଥୀବ ଶରୀର ଅଢେ଼ଇ ଦିନର
    କର୍ମ ଚିରଞ୍ଜିବୀ ପୁଣ ।।

    କର୍ମ କରିବାକୁ ସତ୍ୟ ପଥେ ରହି
    ଶକ୍ତି ଦିଅ ମୋତେ ପ୍ରଭୁ
    ଧୈର୍ଯ୍ୟ ଧରିବାକୁ ବିପଦ ରେ ତହିଁ
    ସଦା ସାହା ହୁଅ ବିଭୁ ।।
    ️️️️️️️️️️️

    ରାମନାରାୟଣ ଶର୍ମା,
    ହିନ୍ଦୀ ଶିକ୍ଷକ,
    ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାଗଡି‌ଆ, ଚମ୍ପୁଆ, କେନ୍ଦୁଝର ।
    ©rnsharma65
    ତା ୦୨/୦୩/୨୦୨୧

  • rnsharma65 3w

    राजनीति

    जब रहता नहीं दूसरा गति
    तब अपना लेते राजनीति
    जिसमे होता नहीं कोई नीति
    कब मधुरता से बढ़ाते प्रीति
    कब क्रूरता से जगाते भिती
    और कब बेईमानी अपनाती
    धन जीवन लेने नहीं पछताती ।।
    ©rnsharma65
    Dt. 20/03/2021
    Time 10.45 PM

  • rnsharma65 3w

    विश्व कविता दिवस

    कविता कविता कविता
    निर्जीव में प्राण दिलाती
    स्फूर्ति जोश आनंद भर देती
    शोक दुःख दूर ले जाती
    रस छंद अलंकार से आती
    मधुरता से सारा जग जीत जाती ।
    कल ही है " विश्व कविता दिवस " का दिन
    MIRAKEE परिवार बंधु वर्ग को हार्दिक अभनन्दन ।।
    ©rnsharma65
    Dt. 20/03/2021
    Time 10.10pm

  • rnsharma65 4w

    किसान

    शेषनाग करती रहती कैसी महान सेवा
    धरती को थामा माथे पर अपना प्राण देवा
    वैसे ही महान होता किसान की सेवा
    सारा जग पाल रखा अपना ही खून देवा ।।
    जीवन भर श्रम से खुद ही पिसता रहा
    बदले में वह कैसा ही पारिश्रमिक और ईनाम पाता रहा
    अपना मेहनत और खेती व्यय से बहुत कम पाता रहा
    न तन को अच्छे कपड़े या पेट को स्वादिष्ट भोजन पाता रहा ।
    ऐसी स्थिति में सरकार की कैसी अद्भूत विचार
    विनोबा भावे सारा भारत घूम जमीन भीख मांग कर
    देते थे भूमि हिन को की भारत में न रहे कोई खेती घर हिन
    किन्तु आम आदमी सरकार कर रही आम आदमी को खेती हिन ।।
    धन्य धन्य धन्य सरकार
    आम आदमी का आंसू कर देगा राख ।
    ©rnsharma65
    Dt. 19/03/2021